ଭୁବନେଶ୍ୱର : ରାଜ୍ୟରେ ହଳ ଓ ଶଗଡ଼ ବ୍ୟବହାର କମି ଯାଉଥିବା ଯୋଗୁଁ ବଳଦର ଆବଶ୍ୟକତା ହ୍ରାସ ପାଇଲାଣି କି ଏବଂ ସେଥିପାଇଁ ଅଣ୍ଡିରା ବାଛୁରୀ ଗୁଡିକୁ ଲୋକମାନେ ବଳଦ ନ କରି ଛାଡି ଦେଉଥିବାରୁ ଷଣ୍ଢ ସଂଖ୍ୟା ବୃଦ୍ଧି ପାଉଥିବା ସତ୍ୟ କି ଏଭଳି ପ୍ରଶ୍ନ କରିଛନ୍ତି ବିଧାୟକ ଧ୍ରୁବ ଚରଣ ସାହୁ ଆଉ ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ |
ମନ୍ତ୍ରୀ କହିଛନ୍ତି ଯେ, ଗତ ୭ ବର୍ଷ ମଧ୍ୟରେ ୩୧% ବଳଦ ସଂଖ୍ୟା ହ୍ରାସ ପାଇଛି | ୨୦୧୨ରେ ପ୍ରାଣୀଧନ ଗଣନା ଅନୁଯାଇ ରାଜ୍ୟରେ ବଳଦ ସଂଖ୍ୟା ୪୩,୦୧,୮୦୬ ଜ୍ଝ ୨୦୧୯ରେ ଏହି ସଂଖ୍ୟା ବଢ଼ି ୨୯,୮୫,୧୪୨ରେ ପହଂଚିଛି | ୨୦୧୯ ମସିହାରେ ପ୍ରାଣୀଧନ ଗଣନା ଅନୁଯାଇ ବଳଦ ସଂଖ୍ୟା ୨୯,୮୫,୧୪୨ରେ ପଂହଁଚିଛି |