ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ Xbb 1.5

ନୂଆ ରୂପରେ କରୋନା

ଭୁବନେଶ୍ୱର : ରୂପ ବଦଳାଇବାରେ ଲାଗିଛି କରୋନା ମହାମାରୀ । ଦେଶରେ ବର୍ତ୍ତମାନ କରୋନାର ନୂଆ ମାମଲା ଦେଖିବାକୁ ମିଳିଛି । ଯାହା  କରୋନା Xbb 1.5  ଭ୍ୟାରିଆଣ୍ଟ ନାମରେ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ ଏହି ନୂଆ ଭ୍ୟାରିଆଣ୍ଟର ଲକ୍ଷଣ, ଭୟଭୟତା କେତେ ହେବ ତାହା ଜଣାପଡିନାହିଁ । ଏହାର ପରୀକ୍ଷଣ ଚାଲିଥିବା ବେଳେ ରାଜ୍ୟରେ ଏହାର ନମୁନା ଦେଖିବାକୁ ମିଳିଲାଣି । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୫୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି । ଆଗକୁ ସଂକ୍ରମଣ ବଢିବା ସହ ସଂଖ୍ୟା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହି ଭ୍ୟାରିଆଣ୍ଟ କେତେ ଲୋକଙ୍କର କ୍ଷତି କରିବା ତାହାର ତଥ୍ୟ ମିଳିନି ।

 

 

ତେବେ ବିଶେଷଜ୍ଞ ମତ୍ତନୁସାରେ ଆଗାମୀ ୩୦ ରୁ ୪୦ ଦିନ ସତର୍କ ରହିବା ଆବଶ୍ୟକ । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଥିବା କହିଛନ୍ତି । ରାଜ୍ୟର ସମସ୍ତ ମେଡିକାଲ କଲେଜରେ ୨୦ଟି ଲେଖାଁଏ ବେଡ ରହିଛି । ଏହା ସାହ ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ବେଡ ମହଜୁଦ ଅଛି । ଆବଶ୍ୟକ ପଡିଲା ବେଡ ସଂଖ୍ୟା ବଢାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।


ଏହି ନୂଆ କରୋନା ମାମଲା ଭିତରେ ରାଜ୍ୟ ରେ ହେବାକୁ ଥିବା ହକି ପାଇଁ କଟକ, ଭୁବନେଶ୍ୱର ଓ ରାଉରକେଲାର ସମସ୍ତ ଅର୍ବାନ ପି.ଏଚ.ସି ଏବଂ ସି.ଏଚ.ସିରେ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହା ସହ ହକି ଷ୍ଟାଡିୟମ ଭିତରେ ମଧ୍ୟ କରୋନା ଟେଷ୍ଟିଂର ସତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିିଛି । ବଳକା ଥିବା ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିନାହିଁ । ରାଜ୍ୟରେ ଟିକାକରଣର ସଂପୂର୍ଣ୍ଣ ବ୍ୟବସ୍ଥା ରହିଛି । ନିର୍ଦ୍ଦେଶ ମିଳିବା ପରେ ଟିକାକରଣ ଆରମ୍ଭ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।