ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର, ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି lଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା lଏହି ଉଦଘାଟନ ସମୟରେ ସଂସଦୀୟ  ବ୍ୟାପାର ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ସରକାରୀ ଦଳ ମୁଖ୍ୟ ସଚେତନ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, 5-ଟି ସଚିବ ଶ୍ରୀ ଭି କାର୍ତ୍ତିକେୟନ ପାଣ୍ଡିଆନ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଶ୍ରୀ ସରୋଜ  କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ Iସୂଚନାଯୋଗ୍ୟ ଯେ, ଏହି ନବନିର୍ମିତ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭର ଉଚ୍ଚତା ହେଉଛି ୩୨ ମିଟର ଓ ଜାତୀୟ ପତାକାର ଲମ୍ବ ହେଉଛି ୨୦ ଫୂଟ, ଓସାର ୩୦ ଫୂଟ l ଏହି ବିଶାଳକାୟ  ସ୍ତମ୍ଭ ଓ ବୃହତ ତ୍ରିରଙ୍ଗା ଦେଶପ୍ରେମର ଏକ ଅନନ୍ୟ ସ୍ମାରକୀ ଭାବେ ରାଜଧାନୀ ଭୁବନେଶ୍ୱରର ଏକ ଅନୁପମ ଆକର୍ଷଣ ହେବ l