ଚୋରି କରୁଥିଲା ବୋହୂ ଦେଖିଲେ ଶାଶୁ ଆଉ ତା’ ପରେ…

ଟଙ୍କା ଚୋରି ଧରା ପଡିବା ପରେ ଶାଶୁଙ୍କୁ ନିଆଁ ଲଗାଇ ପୋଡି ଦେଲେ ବୋହୂ । ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ଟଙ୍କା ଚୋରି କରୁଥିଲା ବୋହୂ । ଶାଶୁ ଦେଖିଦେବାରୁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବୋହୂ ।

ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୧୮ ଗ୍ରାମର ରେଣୁକା ବୈଦ୍ୟ ନିଜ ଘରେ ଶୋଇଥିବା ବେଳେ ବେଳେ ବହୁ ଜୟା ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଘରର କବାଟ ବନ୍ଦ କରି ଚାରି ମାସର ପୁଅକୁ ନେଇ ବାପ ଘରକୁ ଚାଲି ଯାଇଛନ୍ତି । ଗୁରୁତର ଅବସ୍ଥାରେ ଗାଁ ଲୋକେ ପ୍ରଥମେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ରେଣୁକାଙ୍କ ଶରୀରର ୬୦ ପ୍ରତିଶତ ପୋଡି ଯାଇଥିବାରୁ ତାଙ୍କୁ ଛତିଶଗଡ ରାୟପୁର ର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଜୟାଙ୍କ ସ୍ବାମି ଅବିନାଶ ବୈଦ୍ୟ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।