ରାୟଗଡ଼ା/ ରବିନ୍ଦ୍ର କୁମାର ସାହୁ : ଆସନ୍ତା ୭ତାରିଖ ଓ ୮ ତାରିଖରେ ରାୟଗଡା ଗସ୍ତରେ ଆସିବେ ୫ଟି ସଚିବ ଭି.କେ.ପାଣ୍ଡିଆନ । ରାୟଗଡାରେ ତାଙ୍କର ୨ଦିନିଆ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ମାନ୍ୟବର ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ବିଜେଡି ପର୍ୟ୍ୟାବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ସଭାପତି ଶ୍ରୀ ସୁଧୀର ଦାସଙ୍କ ସହିତ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସ।ରକ। ବିଷମକଟକ ବ୍ଲକ ଗସ୍ତକରି ସ୍ଥିତର ଅନୁଧ୍ୟାନ କରିଛନ୍ତି । ଏହି ଗ୍ରସ୍ତ ସମୟରେ ଗୁଣପୁର ଶେଫାଳି ପାହାଡ଼ର ଶିବ ମନ୍ଦିର, ନିର୍ମାଣାଧିନ ଇଣ୍ଡୋର୍ ଷ୍ଟାଡିୟମ୍, ମିନି ଷ୍ଟାଡ଼ିୟମ ପରିଦର୍ଶନ କରିଥିଲେ। ସେଫାଳୀ ପାହାଡ଼ ଉପରୁ ଗୁଣପୁର ସହର ଓ ବଂଶଧାରା ନଦୀ ଦେଖି ମନ ମୁଗ୍ଧ ହୋଇ ପଢୀ ଥିଲେ। ଏବଂ କହିଥିଲେ ଏହି ସେଫାଳୀ ପାହାଡ଼ର ଉନ୍ନତି ହେଲେ ଗୁଣପୁର ଉନ୍ନତି ହୋଇ ପାରିବ ବୋଲି କହିଥିଲେ। ୫ଟି ସଚିବ ଭି କେ ପାଣ୍ଡିଆନ୍ ଏହି ଅଞ୍ଚଳକୁ ଆସୁଛନ୍ତି ଏହା ଗୁଣପୁର ବାସୀଙ୍କ ଭାଗ୍ୟ ପରିବର୍ତ୍ତନ କରି ପାରିବ ବୋଲି ପ୍ରକାଶ କରିଥିଲେ। ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳାରେ କର୍ମୀ ମାନଙ୍କ ପକ୍ଷରୁ ଆୟାଜିତ ବୈଠକରେ ଯୋଗ ଦେଇ କର୍ମୀ ମାନଙ୍କୁ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ଯ ସରକାର ଗୁଣପୁର ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେଉଛନ୍ତି। ତେଣୁ ତାଙ୍କର ନିର୍ଦ୍ଦେଶ କ୍ରମେ ମୁଁ ଗୁଣପୁର ଗ୍ରସ୍ତ କରିଛି। ତାଙ୍କ ଭଲ ପାଇବା ଆଗାମୀ ନିର୍ବାଚନରେ ଅତୁଟ ରଖିବା ପାଇଁ ଉପସ୍ଥିତ ସତାଧିକା ବିଜୁ ପ୍ରେମୀଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଅଶ୍ୱିନୀ ଗମାଙ୍ଗ, ରାମ ପଣ୍ଡା, ବିଷ୍ନୁ ପଣ୍ଡା, ପୃଥିବୀ ରାଜ ସାହୁ, ଗଗନ ଆଚାର୍ଯ୍ୟ, ଶିବ ପାଢି, ଏସ୍ ବାବା ପ୍ରସାଦ, ରାମ ମୂର୍ତ୍ତି ଗମାଙ୍ଗ, ବାଳି ଗମାଙ୍ଗ, ଦେବୀ ଆଚାର୍ଯ୍ୟ, ଭାଗିରଥୀ ବିଶୋଇ, ସୁଜିତ୍ ଶତପଥୀ, ଦୀପୁନ ଗୌଡ଼ ଓ ସମସ୍ତ ବିଜେଡି କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ।