ଦେବଗଡ /ସୁଦାମ ବେହେରା : ସ୍କର୍ପିଓ ଗାଡି ତଳେ ଗଲା ଦମ୍ପତିଙ୍କ ଜୀବନ । ବଂମ୍ପରଡା ଗାନ୍ଧୀ ଛକ ଠାରେ ଏକ ସ୍କର୍ପିଓ ଗାଡି ଚାପିଦେବା ଫଳରେ ଚାଲିଗଲା ଦମ୍ପତିଙ୍କ ଜୀବନ ।
ସୂଚନା ଅନୁଯାୟୀ, ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଂମ୍ପରଡା ଗ୍ରାମ ପାଞ୍ଚାୟତ ଝରବାହାଳ ଗ୍ରାମର ହୃଦନନ୍ଦ ବେହେରା ତାଙ୍କ ସ୍ତ୍ରୀ ରତ୍ନି ବେହେରା ନିଜ ସମ୍ପର୍କୀୟ ଘର ଠିଆନାଳ ଗ୍ରାମରୁ ଭୋଜି ଖାଇ ନିଜ ଘରକୁ ସ୍କୁଟିରେ ଫେରୁଥିଲେ । ବଂମ୍ପରଡା ଗାନ୍ଧୀ ଛକରେ ୟୁଟନ୍ ମାରି ଡାହାଣ ପାର୍ଶ୍ୱକୁ ଆସିବା ସମୟରେ ହଠାତ୍ ( OR-14U-9092ନଂ) ସ୍କର୍ପିଓ ଦ୍ରୁତ ଗତିରେ ଆସି ଚାପିଥିଲା ଫଳରେ ଘଟଣାସ୍ଥଳରେ ହିଁ ହ୍ରୃଦାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରୁ ସ୍କର୍ପିଓ ତଳେ ସ୍କୁଟି ଚାପି ହୋଇ ରହିଥିବା ସ୍ଵତେ ଫେରାର ମାରିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହଯୋଗେ ବଡକୁଦର ଗ୍ରାମ ଛକରେ ଗାଡି ସହ ଚାଳକକୁ ଅଟକ ରଖି ବାରକୋଟ ଥାନା ପୁଲିସ କୁ ସୁଚନା ଦେଇଥିଲେ ଘଟଣା ସ୍ଥଳରେ ବାରକୋଟ ପୋଲିସ ପହଂଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି ।