ସାନଖେମୁଣ୍ଡି: ପାରିବାରିକ କଳହରେ ବଳି ପଡିଗଲା କଅଁଳା ଶିଶୁ କନ୍ୟା । ଏ ଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରେ । ୬ ବର୍ଷର ଶିଶୁ କନ୍ୟାକୁ କାଠ ଫାଳିଆରେ ମାରି ହତ୍ୟା କଲା ସବତ ମାଆ ଓ ବାପା । କଥାରେ ଅଛି ମାଆ ମଲା ପରେ ବାପା ଦ୍ୱିତୀୟ ବିବାହ କରିଥାନ୍ତି ଛୁଆକୁ ମାଆର ସାହାର ମିଳିବା ପାଇଁ କିନ୍ତୁ ଏଠି ଓଲଟା ଥିଲା ଏ ସବତ ମାଆ । ଏମିତି ନୃଶଂସ ମାଆ ଆଉ ବାପା ନିଜ ଶିଶୁ କନ୍ୟାକୁ କାଠ ଫାଳିଆରେ ମାରି ହତ୍ୟା କରିଥିଲେ ।ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତି ପ୍ରାୟ ୧୧ ଟା ସମୟରେ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।
କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ମାଡ ମାରିଥିଲେ ସାବତ ମା ଓ ବାପା । ଝିଅର ମୁଣ୍ଡରେ କାଠ ଫାଳିଆ ବାଜି ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଝିଅଟି ଗୁରୁତର ହୋଇ ଘରେ ପଡିରହିବାର କିଛି ସମୟ ମଧ୍ୟରେ ତାର ମୃତ୍ୟୁ ହୋଇଯାଇଥିଲା । ସକାଳୁ ସାବତ ମା ଏବଂ ବାପା ଦୋଷକୁ ଲୁଚାଇବାକୁ ଯାଇ ବାହାନା କରିଥିଲେ । ଝିଅର ମୁଣ୍ଡ ଫାଟି ମୃତ୍ୟୁ ହୋଇଥିବା କହିଥିଲେ ମା ଓ ବାପା । କିନ୍ତୁ ଏମାନଙ୍କ କଥା ଉପରେ ଗାଁ ଲୋକ ବିଶ୍ୱାସ କରିନଥିଲେ । ତୁରନ୍ତ ଘଟଣାସ୍ଥଳରୁ ଯାଇ ମୃତଦେହକୁ ଦେଖିଥିଲେ । ମୃତ ଝିଅର ଦେହ ସାରା ମାଡ଼ ଚିହ୍ନ ରହିଥିଲା । ଏହାପରେ ଉଭୟ ବାପା ଓ ସାବତ ମାଙ୍କୁ କାବୁ କରି ପୋଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।