ନିଆରା ଢଙ୍ଗରେ ପ୍ରଧାନ ଶିକ୍ଷକଙ୍କୁ ଗ୍ରାବବାସୀଙ୍କ ବିଦାୟକାଳିତ ସମ୍ବର୍ଦ୍ଧନା ସଭା

କନ୍ଧମାଳ ଜିଲ୍ଲା / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ଶାସିପଦର ପ୍ରଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ରଙ୍କୁ ବିଦ୍ୟାଳୟର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I   ତେବେ ଶ୍ରୀ ମିଶ୍ରଙ୍କ ନିଜ ଗାଁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନ ପୁର ଗାଁ ରେ ହୋଇଥିବା ବେଳେ ସେ ତାଙ୍କ ଚାକିରୀ ଜୀବନ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଏହି ଫିରିଙ୍ଗିଆ ବ୍ଲକରୁ ହିଁ ଆରମ୍ଭ କରିଥିଲେ ଓ ଦୀର୍ଘ ୩୪ ବର୍ଷ ଚାକିରୀ କାଳ ମଧ୍ୟରେ ସେ ଏହି ଶାଶିପଦର ପ୍ରାଥମିକ ବିଦ୍ୟାଳୟରେ ୧୨ ବର୍ଷରୁ ଅଧିକ ସମୟ ଧରି ପ୍ରଧାନ ଶିକ୍ଷକ ଭାବରେ କାର୍ୟ୍ୟରତ ଥିଲେ ଓ ଶ୍ରୀ ମିଶ୍ରଙ୍କ ଚାକିରୀର କାର୍ୟ୍ୟକାଳ ସାରିବାପରେ ତାଙ୍କୁ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ଓ ଶାସିପଦର ଗାଁ ସହ ପଡୋଶୀ ଗାଁ ବରେବାଟା ବୃଙ୍ଗିବାଳି ଓ ବଗିପଦର ଗ୍ରାମବାସୀ ଙ୍କ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I   ଶ୍ରୀ ମିଶ୍ର ଜଣେ ପର ଉପକାରୀ ଓ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର କାର୍ୟ୍ୟଦକ୍ଷତା ପାଇଁ ସେ ଗ୍ରାମବାସୀ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିପାରିଥିଲେ I   ଅନ୍ୟପଟେ ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ସାରା ଫିରିଙ୍ଗିଆ ବ୍ଲକ ତଥା ସାରା କନ୍ଧମାଳ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ I   ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ବିଦ୍ୟାଳୟର ଶିକ୍ଷକ ପ୍ରଦ୍ୟୁମ୍ନ ଦିଗାଲ, ବିରେନ୍ଦ୍ର ସାହାଣୀଙ୍କ ସହ ପରିଚାଳନା କମିଟି ସଭାପତି ଅନନ୍ତ ମାଝୀ, ଘାସିରାମ କହଁର, କନ୍ଦୁ କହଁର, ସଦାନନ୍ଦ ପୃଷ୍ଟି , ସତ୍ୟଭାମା ଖମାରୀ , ସନ୍ତୋଷ ପ୍ରଧାନ, କିନେଶ୍ଵର କହଁର , ଭାନୁମତୀ ବିଷୋୟୀ, ଅଲେକ ପାତ୍ର , ବାଳକୃଷ୍ଣ ଦିଗାଲ , କେଶବ ଦିଗାଲ , ଆଲୋକ ଦିଗାଲ ଅଲେଖ ଦିଗାଲଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟରେ ଏକପ୍ରକାର ଭାବବିହୋଲ ପରିସ୍ଥିତି ସୃଷ୍ଟି ହୋଇଥିଲା I   ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କନ୍ଧମାଳ ମାଟି ମୋ ପାଇଁ ସବୁକିଛି ଓ ଏହି ମାଟି ମତେ ଦାନା ଦେଇଛି I   ଏହି କନ୍ଧମାଳର ଛୋଟିଆ ଗାଁ ଶାସିପଦର ଗାଁର ସମସ୍ତ ଗ୍ରାମବାସୀଙ୍କ ସହ ସମସ୍ତ ଛାତ୍ର ଛାତ୍ରୀକୁ ମଲା ପର୍ୟ୍ୟନ୍ତ ମନେ ରଖିବେ ବୋଲି ଭାବ ବିହୋଲ ହୋଇ ପଡ଼ିଥିଲେ I