ଭୁବନେଶ୍ୱର: ଦୁଇ ଏସପିଙ୍କ ନୂଆ ନିଯୁକ୍ତି ମିଳିଛି । ନିର୍ବାଚନ କମିଶନ ରାଜ୍ୟରେ ଦୁଇ ଏସପିଙ୍କ ନିଯୁକ୍ତିକୁ ଅନୁମତି ଦେଇଛନ୍ତି । ଏଥି ଅନୁଯାୟୀ , ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତି ମିଳିଛି । ସେହିଭଳି ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି ମିଳିଛି । ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଗତ ୨ ତାରିଖରେ ନିର୍ବାଚନ କମିଶନ ରାଜ୍ୟର ଦୁଇ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ତୁରନ୍ତ ନିଯୁକ୍ତି ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଖାଲି ଥିବା ପଦବୀ ମଧ୍ୟରୁ ୨ ଏସପି ପଦବୀ ଆଜି ପୂରଣ ହୋଇଛି । ଏହି ୧ ଅଧିକାରୀଙ୍କୁ ବ୍ରହ୍ମପୁର ଓ ଖୋର୍ଦ୍ଧା ଏସପି ଭାବେ ଦାୟିତ୍ୱ ମିଳିଛି । ଆଇପିଏସ ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତି ମିଳିଛି । ସେହିଭଳି ଆଇପିଏସ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ଦୁଇ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ମିଳିଥିଲା । ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଓ ଆର . ପ୍ରକାଶଙ୍କୁ କଟକର ଡିସିପି ନିଯୁକ୍ତ କରାଯାଇଥିଲା ।