ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ମାଟିତଳୁ ଉଦ୍ଧାର ହେଲା ଅର୍ଧନଗ୍ନ ଯୁବତୀଙ୍କ ମୃତ ଦେହ । ଏଭଳି ଦୁର୍ଘଟଣା ଘଟିଛି ଗଂଜାମ ଜିଲ୍ଲା ହିଂଜିଳି ଥାନା ମହୁଲପଲି ଦଣ୍ଡାଶି ପଡିଅ ଅଞ୍ଚଳରେ । ତେବେ ଏହି ଅଞ୍ଚଳରୁ ମାଟିତଳୁ ଏକ ଅର୍ଧନଗ୍ନ ଯୁବତୀର ମୃତ ଦେହକୁ ଉଦ୍ଧାର କରିଛି ପୋଲିସ ପ୍ରଶାସନ । ଯୁବତୀଙ୍କ ପରିଚୟ ଏଯାବତ ଜଣାପଡିନଥିବା ବେଳେ କେହି ବ୍ୟକ୍ତି ହତ୍ୟା କରି ପୋତି ଦେଇଥିବା ପୋଲିସ ଅନୁମାନ କରିଛି । ତେବେ ମୃତ ଦେହ ଉପରେ ଲୁଣ ପକାଇ ପୋତାଯାଇଥିବା କୁହାଯାଉଛି । ପୋଲିସ ମୃତ ଦେହକୁ ଉଦ୍ଧାର କରି ଘଟନାର ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।