ଘଟଗାଁ/ଧରଣୀ ପାତ୍ର : ଘଟଗାଁ ଥାନା ଅର୍ନ୍ତଗତ ବଣ ଚକୁଳିଆ ଜଙ୍ଗଲ ନିକଟରେ ପଡ଼ିଛି ଏକ ମୃତ ଦେହ। ମୃତକ ବ୍ୟକ୍ତି ଜଣକ ସାହାରପଡ଼ା ବ୍ଲକ କାର୍ଯ୍ୟଳୟରେ କାର୍ଯ୍ୟରତ ଥିବା ଜେଇ ଚନ୍ଦ୍ରହାସ୍ୟ ନାୟକ।
ମୃତ ଜେଇଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳ ବୋଲି ଜଣାପଡିଛି। ଏହି ଘଟଣା ଗତ କାଲିର ହୋଇଥିବା ବେଳେ ଘଟଗାଁ ଥାନା ଅଧିକାରୀଙ୍କୁ ଆଜି ସୂଚନା ମିଳିଛି। ତେବେ ପୋଲିସ ପକ୍ଷରୁ ମୃତ୍ୟୁର ରହସ୍ୟ ନେଇ କୌଣସି ସୂଚନା ମିଳି ନାହିଁ।