ମହାପ୍ରଭୁଙ୍କ ନିଳାଦ୍ରୀ ବଜେ ପରେ ପୁରୀରୁ ହଟିଲା କର୍ଫ୍ୟୁ

ପୁରୀ : ରଥଯାତ୍ରା ଶେଷ ହେବା ପରେ ବଡଦାଣ୍ଡରୁ କର୍ଫ୍ୟୁ ହଟେଇ ଦିଆଯାଇଛି । ମହାପ୍ରଭୁଙ୍କ ରଥଯାତ୍ରା, ବାହୁଡା, ସୁନାବେଶ ଓ ନୀଳାଦ୍ରି ବିଜେ ଶେଷ ହେବା ପରେ କର୍ଫ୍ୟୁ ହଟେଇବା ସହ ୧୪୪ ଧାରା ମଧ୍ୟ ହଟାଯାଇଛି । ସବୁ କଟକଣା ହଟିଯିବା ପରେ ଶ୍ରୀମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପତିତପାବନ ବାନାକୁ ଦର୍ଶନ କରି ଭକ୍ତ ଆଶିଷ ନେଉଛନ୍ତି । ଅନ୍ୟପଟେ ତିନି ରଥରୁ ଖୋଲାସରିଛି ସାରଥୀ ଓ ଘୋଡା । ନୀଳାଦ୍ରି ଅବଢା ପାଇଁ ସୁବନ୍ଦୋବସ୍ତ କରାଯାଇଛି । ଉତ୍ତର ଦ୍ୱାରରେ ଟୋକନ ଜରିଆରେ ଶ୍ରଦ୍ଧାଳୁ ମହାପ୍ରସାଦ ପାଇପାରିବେ ବୋଲି ସୂଚନା ମିଳିଛି ।ଉଲ୍ଲେଖଯୋଗ୍ୟ ଯେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ କରୋନା ପରିସ୍ଥିତିକୁ ଦେଖି କଟକଣା ଭିତରେ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପର୍ଣ୍ଣ କରାଯାଇଥିଲା । ବିନା ଭକ୍ତରେ ରଥଯାତ୍ରା ହୋଇଥିଲା ଓ ଆଜି କଟକଣା ହଟେଇବା ପରେ ଶ୍ରୀମନ୍ଦିର ସାମ୍ନାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।