ଜାତିଆଣ ଆକ୍ଷେପ ମାମଲାକୁ ନେଇ କୋର୍ଟ ଜାରି କଲେ ସମନ, ଦିଲ୍ଲୀ ଯିବେ ବର୍ଷା

0

ଭୁବନେଶ୍ୱର : ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆସିଲା ସମନ । ଯାହାର ଖବର ସୋସିଆଲ ମିଡିଆରେ ପ୍ରକାସ ପାଉଛି । ଆସନ୍ତା ନବ ବର୍ଷ ଜାନୁଆରି ୪ରେ ହାଜର ହେବାକୁ ଦିଲ୍ଲୀ ପଟିଆଲା କୋର୍ଟରେ ନିର୍ଦ୍ଦେଶ ଦିଆଯାଇଛି । ନର୍ଥ ଆଭେନ୍ୟୁ ଥାନାରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ନେଇ କୋର୍ଟ ଲହି ସମନ ଜାରି କରିଛନ୍ତି । ଏହାସହ ତାଙ୍କ ମାଆ ଓ ଭଉଣିଙ୍କୁ ହାଜର ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୁର୍ବରୁ ସାସଂଦ ଅନୁଭବଙ୍କ ଜଣେ ସହଯୋଗୀଙ୍କୁ ବର୍ଷା ତାଙ୍କ ମାଆ ଓ ଭଉଣୀ ଜାତିଆଣ ଆକ୍ଷେପ କରିବା ନେଇ ଉକ୍ତ ଥାନାରେ ଏତଲା ହୋଇଥିଲା। ଯାହାକୁ ନେଇ ଗତ ସପ୍ତାହରେ ତଦନ୍ତକାରୀ ଏସପି ମହେଶ ଚାନ୍ଦ ମିନାଙ୍କ ନିର୍ଦେଶରେ ଥାନାର ଦୁଇ ଜଣ କର୍ମଚାରୀ କଟକ ଆସିଥିଲେ। ସେମାନେ ବର୍ଷା ପ୍ରିୟଦର୍ଶିନୀଙ୍କ କଟକ ନନ୍ଦିସାହି ସ୍ଥିତ ଶାଶୂ ଘରେ ଏହି ସମନ ରଖିଥିଲେ। ଏହି ସମନ ପାଇବା ପରେ ବର୍ଷା କି ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ସଭିଙ୍କ ନଜର ।