ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥ ନିର୍ମାଣ ନୀତି

ପୁରୀ :  ଆଜି ପବିତ୍ର ଅକ୍ଷୟ ତୃତୀୟା । ଆସିଲା ଆଜ୍ଞା ମାଳ  । ଆଜିଠାରୁ  ଆରମ୍ଭ ରଥ ନିର୍ମାଣ ।  ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥ ନିର୍ମାଣ ନୀତି। ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆଜିଠୁ ନିର୍ମାଣ ହେବ ବିଶ୍ବନିୟନ୍ତାଙ୍କ ରଥ । ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା କରାଯାଇଛି। ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି ।