ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁରେ ଘଟିଛି ଏକ ଅଭାବନୀୟ ଘଟଣା । ହିଂଜିଳିକାଟୁ ଥାନା ଅନ୍ତର୍ଗତ ଶିଖରପୁରରେ କୌଣସି କାରଣ ବଶତଃ ମଙ୍ଗୁ ସ୍ୱାଇଁ (୫୨) ନାମକ ଜଣେ ବ୍ୟକ୍ତି ଏକ ସଂକୀର୍ଣ୍ଣ ୪୦ ଫୁଟ ଗଭୀର କୂଅରେ ଖସିପଡିଥିଲେ। ଗ୍ରାମବାସୀ ଖବର ପାଇ ହିଂଜିଳିକାଟୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ପ୍ରଚେଷ୍ଟା ଓ ଗ୍ୟାଲେଣ୍ଟ୍ରି ପଦକ ବିଜେତା ଫାୟାରମ୍ୟାନ୍ ତପନ ବେହେରାଙ୍କ ସାହସିକ ଉଦ୍ୟମ ଫଳରେ ବ୍ୟକ୍ତି ଜଣକ ଉଦ୍ଧାର ହୋଇଥିଲେ । ଏହି ଘଟଣାରେ ମଙ୍ଗୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ସମ୍ପୂର୍ଣ୍ଣ ଗ୍ରାମରେ ଶୋକାକୁଳ ପରିବେଶ ଛାଇ ଯାଇଛି ।