(ରିପୋଟର୍ସ ଟୁଡେ) ; ପାରିବାରିକ କଳହର କରୁଣ ପରିଣତି । ବେକରେ ଲୁଙ୍ଗି ଲଗାଇ ଟ୍ରକ ମାଲିକ ଆତ୍ମହତ୍ୟା କରିଥିବା ଅଭିଯେ୍ଧଜ୍ଞ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ୍ଣଳନ୍ଦୁୁଝରରେ । ମୃତ ଟ୍ରକ୍ ମାଲିକ ହେଉଛନ୍ତି ଝୁମ୍ପୁରା ଦ୍ଭାଲୁକା ଗାଁର ନରେନ୍ଦ୍ର ବାରିକ ।ସୂଚନା ରୁ ପ୍ରକାଶ ଯେ ଗୁରୁବାର ରାତିରେ କୌଣସି କାରଣରୁ ନେଇ ନରେନ୍ଦ୍ରଙ୍କ ପରିବାରରେ କଳହ ହୋଇଥିଲା । ଏହାପରେ ନରେନ୍ଦ୍ର ରାତି ପ୍ରାୟ ୧୦ଟା ସମୟରେ ଘରୁ ବାହାରି ଆସିଥିଲେ । ତାପର ଦିନ ସକାଳୁ ଝୁମ୍ପୁରା ତହସିଲ ଅଫିସ ପଛପଟେ ଥିବା ଏକ ଆମ୍ବ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ଶୁକ୍ରବାର ସକାଳୁ ଝୁମ୍ପୁରା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।