ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ବାବା ନୃସିଂହ ନାଥ ମନ୍ଦିର ପରିସରରେ 10ମ ବାର୍ଷିକ ନବରାତ୍ର ମହାଯଜ୍ଞ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହେଉଛି। ଏହି ଅବସରରେ ମନ୍ଦିର ପରିସରରେ ନଅ ଦିନ ବ୍ୟାପୀ ହରିକଥା, ହରିନାମ ସଂକୀର୍ତ୍ତନ ଓ ଭାଗବତ ପାଠ ଭଳି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମହାଯଜ୍ଞର ଏକ ପ୍ରମୁଖ ଆକର୍ଷଣ ଥିଲା 108 କଳସ ଶୋଭାଯାତ୍ରା। ଏଥିରେ ଅଞ୍ଚଳର ବହୁ ମହିଳା ଶ୍ରଦ୍ଧାଳୁ ଭକ୍ତି ଓ ନିଷ୍ଠାର ସହ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ହରିନାମ ସଂକୀର୍ତ୍ତନ ଓ ଭଜନ କୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଛି । ଏହି ଧାର୍ମିକ ମହୋତ୍ସବରେ ଆଖପାଖ ଅଞ୍ଚଳ ସମେତ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ବାବା ନୃସିଂହ ନାଥଙ୍କ ଦର୍ଶନ କରିବା ସହିତ ମହାଯଜ୍ଞରେ ସାମିଲ ହୋଇଛନ୍ତି l ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ।