ଉଦଳା: ଲଗାଣ ବର୍ଷାରେ ଧୋଇଲା ଅସ୍ଥାୟୀ ପୋଲ । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଜାମୁଘାଟ ଅସ୍ଥାୟୀ ପୋଲଟି ଧୋଇଯାଇଛି । ଫଳରେ ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁ ପୋଲଟି ଭାସିଯାଇଛି । ଶିମିଳିପାଳ ଉପରମୁଣ୍ଡରେ ବର୍ଷା ହେବା ଦ୍ୱାରା ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଜାମୁଘାଟରେ ଥିବା ପୁରୁଣା ପୋଲଟି ଭାଙ୍ଗିଯାଇଥିବାରୁ ଏହି ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା । ଜଳସ୍ତର ବୃଦ୍ଧି ପାଇଥିବାରୁ ଅସ୍ଥାୟୀ ପୋଲଟି ଧୋଇଯାଇଛି । ବର୍ତ୍ତମାନ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ପୂର୍ବରୁ ଭାଙ୍ଗି ଯାଇଥିବା ପୋଲ ଉପରେ ଯାତାୟାତ କରୁଛନ୍ତି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।