ଟାଙ୍ଗୀ/ରାକେଶ କୁମାର ଜଗଦେବ : 16 ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ ଗୌରଚନ୍ଦ୍ର ପୁର ଛକରେ ଭୟାବହ ଦୁର୍ଘଟଣା | ଟ୍ରଲର ତଳେ ପଶିଗଲା କାର, ଜଣେ ମୃତ, ଜଣେ ଗୁରୁତର ଓ ଅନ୍ୟ 3 ଜଣ ମହିଳା ଆହତ | କାର ଟି ଭୁବନେଶ୍ୱରରୁ ବାଲୁଗାଁ ଯାଉଥିଲା | ମୃତକ ହେଲେ ଅମର ଜିତ ରାଉତ (28) | ମୃତ ଯୁବକଙ୍କ ଘର ଭଦ୍ରକ ଧାମନଗର ଅଞ୍ଚଳରେ | ବାଲୁଗାଁ ଅଭିମୁଖେ କାର ଟି ଯାଉଥିବା ବେଳେ ଗୌରଚନ୍ଦ୍ର ପୁର ଛକରେ ରାସ୍ତା ଉପରେ ହଠାତ ଗୋଟିଏ ଟ୍ରଲର ବ୍ରେକ ମାରିଥିଲା |
ଫଳରେ କାର ଚାଳକ ଜଣକ କାର ଉପରୁ ନିୟନ୍ତ୍ରଣ ହରାଇ ଥିଲେ | କାର ଟି ନିୟନ୍ତ୍ରଣ ହରାଇ ଟ୍ରଲର ପଛରେ ପିଟି ହୋଇଥିଲା | ଏତେ ଭାୟାବହ ଥିଲା ଦୁର୍ଘଟଣା ଯେ କାରର ଅଧେକ ଅଂଶ ଟ୍ରଲର ତଳେ ପଶି ଯାଇଥିଲା | ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅମରଜିତକୁ ମୃତ ଘୋଷଣା କରିଛନ୍ତିନ | ଗୁରୁତର ଥିବା ଚାଳକଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି | ମହିଳାମାନଙ୍କୁ ଚିକିତ୍ସା ପରେ ଛାଡି ଦିଳାଯାଇଛି | ଚାନ୍ଦପୁର ପୋଲିସ ଖବର ପାଇ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି |