‘ଓଡ଼ିଶା ପରବ-୨୦୨୬’ରେ ଯୋଗଦେବାକୁ ଇଣ୍ଡୋନେସିଆରେ ପହଞ୍ଚିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
‘ଓଡ଼ିଶା ପରବ-୨୦୨୬’ରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ଡେନପାସାର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ଓଡ଼ିଶାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓଡ଼ିଶାର ସଂସ୍କୃତି, ପରମ୍ପରା, କଳା ଓ ଐତିହ୍ୟକୁ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ପରବରେ ଉଭୟ ନେତା ଯୋଗଦେବେ ।
‘ଓଡ଼ିଶା ପରବ’ ମାଧ୍ୟମରେ ବିଦେଶ ମାଟିରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପରମ୍ପରା ଓ ଓଡ଼ିଆ ଅସ୍ମିତାକୁ ପ୍ରଚାର ଓ ପ୍ରସାର କରିବା ସହ ଓଡ଼ିଶାର ପରିଚୟକୁ ବିଶ୍ୱସ୍ତରରେ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।