କୋଲ କରିଡର ରାସ୍ତା ନିର୍ମାଣକୁ ବିରୋଧ କରି ଫାଣ୍ଡିରେ ଧାରଣା ଦେଲେ ଗ୍ରାମବାସୀ

(ମନିଲ କୁମାର ମହାରଣା): ଗତକାଲି ଏମସିଏଲ ତିଆରି କରୁଥିବା କୋଲ କରିଡର ରାସ୍ତା ନିର୍ମାଣକୁ ବିରୋଧ କରିଥିଲେ ଗ୍ରାମବାସୀ ।ନିଯୁକ୍ତି ନ ଦେଇ ଗ୍ରାମବାସୀଙ୍କ ଜମି ଉପରେ ଏମସିଏଲ ଜୋରଜବରଦସ୍ତ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏହାକୁ ବିରୋଧ କରି ଗତ କାଲି ଉକ୍ତ ରାସ୍ତାରେ ଧାରଣା ରେ ବସିଥିଲେ ଗ୍ରାମବାସୀ ।ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଁଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା ତାହା ବିଫଳ ହୋଇଥିଲା । ଆଜି ଗୋପାଳପ୍ରସାଦ ଫାଣ୍ଡିରେ ଧାରଣା ଦେବା ସହ ବଳରାମ କୋଇଲା ଖଣିକୁ ବନ୍ଦ କରିଛନ୍ତି ଗ୍ରାମବାସୀ ।ଯେ ପର୍ୟ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।