ବିଜୁଳି ବିଲ୍‌ ଦର ବଢାଇବା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:- ବିଜୁଳି ଗ୍ରାହକଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ । ସୁପ୍ରିମକୋର୍ଟ ଦେଲେ ବଡ ଝଟକା । ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି । ନ୍ୟାୟାଳୟ ବିଜୁଳି ବିଲ୍‌ ଦର ବଢାଇବା ପାଇଁ ଅନୁମତି ଦେବା ସହ କିଛି ସର୍ତ୍ତ ରଖିଛନ୍ତି । କୋର୍ଟ କହିଛନ୍ତି ଯେ, ବୃଦ୍ଧି ଲାଭଦାୟକ ହେବା ଆବଶ୍ୟକ ଓ ଦିଲ୍ଲୀ ନିୟାମକ ଆୟୋଗ ପକ୍ଷରୁ ସ୍ଥିର କରାଯାଇଥିବା ସୀମାରୁ ଅଧିକ ହେବା ଉଚିତ୍‌ ନୁହେଁ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ବିଜୁଳି ଦର ବଢା ଯାଇପାରିବ, ମାତ୍ର ତାହା ପକେଟ୍‌କୁ ସୁହାଇବା ଭଳି ହେବା ଆବଶ୍ୟକ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟ ଉପରେ ମଧ୍ୟ ପଡିପାରେ । ଏହି ମାମଲା ବିଜୁଳି ବିତରଣ କମ୍ପାନୀର ଅଟକିଥିବା ଟଙ୍କାକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ମକଦ୍ଦମା ଉପରେ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ ବିଜୁଳି ନିୟାମକ ଆୟୋଗ (ଡିଇଆସି) ରୋଡ୍‌ମ୍ୟାପ୍‌ ତିଆରି କରିବା ଆବଶ୍ୟକ ଯେ ବିଜୁଳି ବିଲ୍‌ କେବେ ଓ କେତେ ବଢାଇବା ଉଚିତ୍‌ ।