ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ

ନୂଆଦିଲ୍ଲୀ: ବ୍ରାଜିଲରେ କ୍ଷମତା କନ୍ଦଳକୁ ନେଇ ଦେଖା ଦେଇଛି ଯୁଦ୍ଧ ପରିସ୍ଥିତି । ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ। ରବିବାର ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲସୋନାରୋଙ୍କ ସମର୍ଥକମାନେ ରାଷ୍ଟ୍ରପିତ ଭବନ ‘କଂଗ୍ରେସ’କୁ ଯୋର ଜବର୍ଦସ୍ତି ଧସେଇ ପଶିବା ସହ ସୁପ୍ରିମକୋର୍ଟ ଭିତରକୁ ମଧ୍ୟ ବଳପୂର୍ବକ ପ୍ରବେଶ କରି ହିଂସାକାଣ୍ଡ ଘଟାଇଛନ୍ତି। ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କର ପ୍ରାୟ ୩୦୦୦ ସମର୍ଥକ ଦୁଇ ଭବନରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିବା ସହ ନାରାବାଜି କରିଛନ୍ତି । ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୁଲିସ ପକ୍ଷରୁ ଟିଏର ଗ୍ୟାସ ଓ ଲାଠି ମାଡ଼ କାରାଯାଇଛି । ଏହି ଘଟଣାକୁ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭା କଡ଼ା ନିନ୍ଦା କରିଛନ୍ତି ।