ମୁମ୍ବାଇ:କିଛି ଦିନ ପୂର୍ବରୁ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ‘ଜି ନ୍ୟୁଜ୍’ର ସିଇଓ ତଥା ପୂର୍ବତନ ସମ୍ପାଦକ ସୁଧୀର ଚୈାଧୁରୀ ଚ୍ୟାନେଲ ଛାଡିବା କଥା କହିଥିଲେ ଯେ , ସେ ତାଙ୍କର ନୂତନ ଚ୍ୟାନେଲ ଆରମ୍ଭ କରିବେ କିନ୍ତୁ ବର୍ତ୍ତମାନ ସେ ଭାରତର ଲୋକପ୍ରିୟ ହିନ୍ଦୀ ନ୍ୟୁଜ ଚ୍ୟାନେଲ ଆଜତକରେ ଯୋଗଦେଇଥିବା ଦେଖିବାକୁ ମିଳିଛି ।ସୁଧୀର ଚୈାଧୁରୀଙ୍କ ନିଯୁକ୍ତି ସମ୍ପର୍କରେ ‘ଇଣ୍ଡିଆ ଟୁଡେ’ ଗୋଷ୍ଠୀର ଉପାଧ୍ୟକ୍ଷ କାଳୀ ପୁରୀ ମଧ୍ୟ ଏକ ଆଭ୍ୟନ୍ତରୀଣ ମେଲ ଜାରି କରିଛନ୍ତି। ଏହି ମେଲରେ କାଳୀ ପୁରୀ ଲେଖିଛନ୍ତି, ‘ମୁଁ ସମସ୍ତଙ୍କୁ ଜଣାଇ ବହୁତ ଖୁସି ଯେ ସୁଧୀର ଚୈାଧୁରୀ ଆଜତକକୁ ପରାମର୍ଶଦାତା ସମ୍ପାଦକ ଭାବରେ ଯୋଗଦେବାକୁ ଯାଉଛନ୍ତି। ଆମ ଦ୍ୱାରା ୧୦୦ ମିଲିୟନ୍ ଦର୍ଶକଙ୍କ ନିକଟରେଲଙ୍କିତ ଏକ ରୋମାଞ୍ଚକର ନୂଆ ସୋ ଆଣିବା ପାଇଁ ସୁଧୀର ଏବଂ ଆଜତକ ସହଯୋଗ କରୁଛନ୍ତି । ଏହି ସୋ ସମ୍ବାଦ ନିର୍ଦ୍ଦେଶକ ସୁପ୍ରିୟା ପ୍ରସାଦଙ୍କ ତତ୍ତ୍ୱାବଧାନରେ ହେବା ଉଚିତ୍ । ସେହିପରି ସୁଧୀର ଚୈାଧୁରୀ ଆଜତକରେ ଯୋଗଦେବା ମାତ୍ରେ ଏକ ଭିଡିଓ ଜାରିକରିଛନ୍ତି । ସେଥିରେ ସେ ତାଙ୍କ ଫ୍ୟାନମାନଙ୍କୁ କହିଛନ୍ତି ଆପଣମାନେ ମୋତେ ଓ ମୋ ରାତି୯ଟାର ସୋକୁ ମିସ୍ କରୁଛନ୍ତି ,ମୁଁ ଆପଣଙ୍କୁ ଆଉ ଅପେକ୍ଷା କରେଇବିନି ।ଆପଣଙ୍କୁ ଦେଇଥିବା କଥା ରଖିଲି ଆଉ ବହୁତ ଜଲଦି ଆପଣଙ୍କସହ ମୋର ଦେଖାହେବ ଆଜତକ ନ୍ୟୁଜରେ ।