କଳାହାଣ୍ଡି:- ତାପଜ ଶକ୍ତି ଭଳି ବିଭିନ୍ନ ପ୍ରାକୃତିକ ଶକ୍ତିର ସୁପରିଚାଳନା ବିଷୟରେ ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତି କରିଛନ୍ତି ବିଭିନ୍ନ ରକମର ପ୍ରକଳ୍ପ । ଦିନକୁ ଦିନ ପରିବେଶ ବିଗିଡ଼ିବା ରେ ଲାଗିଛି ଏହାର ମୁଖ୍ୟ କାରଣ ହେଉଛି ଶକ୍ତିର ଦୁର୍ବ୍ୟବହାର । ଏହାର ସଚେତନ ନିମନ୍ତେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟକୁ ନେଇ ଗୋଲାମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଧରଣର ମୋଟ ୪୩ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ପ୍ରକଳ୍ପ ପ୍ରଦର୍ଶନୀ ଗୁଡିକକୁ ଦେଖିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାୟୀ ଜୀବନଶୈଳୀ ଉପରେ ଆଧାରିତ ପ୍ରକଳ୍ପ ବିଷୟରେ କଥା ରଖିଥିଲେ ।