ଯାଜପୁର : ଆଜି ଥିଲା ମାଟ୍ରିକ୍ ପରୀକ୍ଷା ର ଶେଷ ଦିନ । ସବୁ ପିଲା ଅପେକ୍ଷା କରିଥାନ୍ତି ପରୀକ୍ଷା ଶେଷରେ ଚିନ୍ତା ମୁକ୍ତ ହୋଇ ଉପଭୋଗ କରିବେ । ପରୀକ୍ଷା ଚିନ୍ତାରେ ବେଳେବେଳେ ଛାତ୍ରଛାତ୍ରୀ ଅନେକ ଭୁଲ୍ ପଦକ୍ଷେପ ନେଇଥାନ୍ତି । କିନ୍ତୁ ପରୀକ୍ଷା ଶେଷ ଦିନରେ ଯେ ଜଣେ ଏପରି କରିପାରେ ତାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।
ପରୀକ୍ଷା ଚିନ୍ତାରେ ପରୀକ୍ଷା ଶେଷ ଦିନରେ ହିଁ ଜୀବନ ହାରି ଦେଇଛନ୍ତି ଜଣେ ଛାତ୍ରୀ । ଆଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅଞ୍ଚଳରେ । ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁରେ ଘଟିଛି ଏଭଳି ଘଟଣା । ମୃତ ଛାତୀ ହେଲେ ରଶ୍ମିବାଲା ପାଇଲି । ସେ ଯାଜପୁର ମୁନସିପାଲ ହାଇସ୍କୁଲରେ ଦେଉଥିଲେ ପରୀକ୍ଷା । କିନ୍ତୁ ଗତକାଲି ରାତିରେ ନିଜ ଘରେ ସେ ଜୀବନ ହାରିଦେଇଛନ୍ତି । ତେବେ ପରୀକ୍ଷା ଚାପରେ ଥିବା ପରିବାର ଲୋକେ ପ୍ରକାଶ କରିଥିବାବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।