ଲୋୟର ପିଏମଜିରେ ବିଜେଡିର ରଣହୁଙ୍କାର ; ମୁହାଁମୁହିଁ ପୋଲିସ- ବିଜେଡି

ଭୁବନେଶ୍ବର ; ଚୁପ୍ ବସିବେନି ବିରୋଧୀ ନେତା । ଅପରାଗ ସରକାରଙ୍କ ଅବହେଳାକୁ ନେଇ ବଢୁଛି ନାରୀ ନିର୍ଯ୍ୟାତନା । ବିରୋଧୀଙ୍କ ଦାବି ସରକାର ଛାଡନ୍ତୁ ଗାଦି । ତେବେ ଏଫଏମ ଛାତ୍ରୀ ଆତ୍ମହୁତି ଘଟଣାକୁ ନେଇ ରାଜ୍ୟରେ ଜଳୁଛି ନିଆଁ । ସରକାରଙ୍କ ଭୁଲ୍ ପାଇଁ ଆଜି ନୀରିହ ଛାତ୍ରୀଙ୍କ ଜୀବନ ଚାଲିଯାଇଛି । ଯାହାକୁ ନେଇ ଭୁବନେଶ୍ବର ଲୋୟର ପିଏମଜିରେ ତାଣ୍ଡବ କରୁଛି ବିଜେଡି । ବିଜେଡିର ଜୋରଦାର ଆନ୍ଦୋଳନରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ବିଜେଡି କର୍ମୀ । ସୌମ୍ୟାଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଜେଡିର ନାମିଦାମିଆ ନେତା । ବବି, ଡାନି ଓ ରାଜ୍ୟସଭା ସାଂସଦ ସୁଲତା ଦେଓ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । କିନ୍ତୁ ଚୁପ୍ ହେବେନି ବିରୋଧୀ ନେତା ।

ଅନ୍ୟପଟେ , ବାଲେଶ୍ବର ଜିଲ୍ଲା ବିଜେଡି ପକ୍ଷରୁ ଆଜି ଆଠ ଘଣ୍ଟିଆ ବାଲେଶ୍ୱର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ଚକ ଅଖ ବନ୍ଦ କରାଯାଇଛି । ଶିକ୍ଷାନୁଷ୍ଠାନ ପାଖରୁ ଆରମ୍ଭ କରି ବ୍ୟବସାୟିକ ଅନୁଷ୍ଠାନ ସବୁକିଛି ବନ୍ଦ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟରେ ଅବହେଳା ଏବଂ ସରକାରୀ ସ୍ତରରେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି । ସରକାର ଦାବି ନଶୁଣିଲେ ଆଗକୁ ରାଜ୍ୟବ୍ୟାପି ପ୍ରତିବାଦ କରିବାକୁ ଦଳ ଚେତାବନୀ ଦେଇଛି ।

ସରକାରଙ୍କୁ ନେଇ ପ୍ରଶ୍ନ ଉଠାଇଲେଣି ରାଜ୍ୟବାସୀ ।  କଣ ପାଇଁ ସବୁ ଜାଣି ଚୁପ୍ ବସିଥିଲେ ଶାସକ ଦଳ । ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶିକ୍ଷା ବିଭାଗରେ ରହି ବି ଜଣେ ଛାତ୍ରୀଙ୍କ ଟ୍ବିଟକୁ ଅଣଦେଖା କରିଦେଲେ । ନ୍ୟାୟ ପାଇଁ ଭିକ୍ଷା କରିଥିଲେ ବି କେହି ଶୁଣିନଥିଲେ । କାହିଁକି କଣ ପାଇଁ ଏତେ ଅବହେଳା । ଯାହାକୁ ନେଇ ଏବଂ ଉଠୁଛି ପଡୁଛି ରାଜ୍ୟ । ତେବେ ଇସ୍ତଫା ଦାବିରେ ବିରୋଧୀର ପ୍ରତିବାଦ ବଢି ବଢି ଚାଲୁଥିବା ବେଳେ ଦେଖିବାକୁ ବାକି ରହିଲା ସରକାର ପୀଡିତାଙ୍କ ନ୍ୟାୟ ଦାବିରେ କଣ ପଦକ୍ଷେପ ନେଉଛନ୍ତି ।