ବିଏମସି ବିଜେଡି କର୍ପୋରେଟରଙ୍କ ଉପରେ କଟକଣା | ଦଳୀୟ ଅନୁମତି ବିନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରାଗଲା | ବିଜେଡି କର୍ପୋରେଟରଙ୍କ ବୈଠକ ପରେ ଜାରି ହେଲା କଟକଣା।ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଜାରି କରିଛନ୍ତି ଫତୁଆ। ଏନେଇ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦଳର ବିନା ଅନୁମତି ବିନା ଗଣମାଧ୍ୟମରେ କୌଣସି ମତ ରଖିପାରିବେନାହିଁ।
ବିଏମସି କର୍ପୋରେଟର ଅଲଗା ଅଲଗା ବୈଠକ ପରେ ଭୁବନେଶ୍ବର ବିଜେଡି ଭାଙ୍ଗିଯିବା ନେଇ ଚର୍ଚ୍ଚା ବଢ଼ିଛି। ଆଉ ଏସବୁ ଭିତରେ ଗଣମାଧ୍ୟମରେ କର୍ପୋରେଟର ପ୍ରତିକ୍ରିୟା ରଖିବା ନେଇ ଅଙ୍କୁଶ ଲଗାଇଛନ୍ତି ଜିଲ୍ଲା ସଭାପତି। ଗୋଟିଏ ପଟେ ପ୍ରତାପ ଦେବଙ୍କ ଘରେ ବୈଠକ ବସିଥିବା ବେଳେ ହୋଟେଲରେ ଏକାଠି ହୋଇଥିଲେ ଅନ୍ୟ ଏକ ଗୋଷ୍ଠୀ। ପ୍ରତାପ ଦେବଙ୍କ ଘରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ ନେତାମାନେ। ବୈଠକରେ କର୍ପୋରେଟର ଅମରେଶ ଜେନା ମଧ୍ୟ ସାମିଲ ହୋଇଥିଲେ।
ଅନ୍ୟପଟେ ଭୁବନେଶ୍ବରର ଏକ ହୋଟେଲରେ ୨୪ ଜଣ କର୍ପୋରେଟର ଏକାଠି ହୋଇଥିଲେ। ସମସ୍ତେ ଏକଜୁଟ ହୋଇ ଥିବା କହିଥିଲେ କର୍ପୋରେଟର।