ବେଆଇନ ପଥର ବ୍ଲାଷ୍ଟିଙ୍ଗ, ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଶ୍ରମିକ

(ବନବାସୀ ପ୍ରଧାନ / କନ୍ଧମାଳ): ଜଳଯୋଗାଣ ଓ ପରିମଳ ବିଭାଗର ମନମୁଖି ପଥର ବ୍ଳାଷ୍ଟିଂ ।ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି କାମ କରୁଥିବା ୪୦ଜଣରୁ ଉଦ୍ଧ ଶ୍ରମିକ ।ସୂଚନାଅନୁଯାୟୀ, ବାଲିଗୁଡା ବ୍ଳକର ବଡଗାଁ କନ୍ୟାଶ୍ରମ ପଛପଟେ ଜଳଯୋଗାଣ ଓ ପରିମଳ ବିଭାଗର ଏକ ପାଣିଟାଙ୍କି କାମ ଚାଲିଛି । ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର,ଛାତ୍ରୀ ମାନଙ୍କ ପାଇଁ ୧୦୦ମିଟର ଦୂରତ୍ବାରେ ଏକ କଲେଜ ବିଲଡିଂ ତିଆରି ଚାଲିଥିବା ସମୟରେ କୈଣସି ସୂଚନା ଦିଆନଯାଈ ଜଳଯୋଗାଣ ଓ ପରିମଳ ବିଭାଗର ପଥର ବ୍ଳାଷ୍ଟିଂ କରାଯାଇଥିଲା ।ପଥର ବ୍ଳାଷ୍ଟିଂର ଶଦ୍ଦ ଶୁଣି ଶ୍ରମିକ ମାନେ ଦୈଡିବାକୁ ଲାଗିଥିଲେ ।ଏତେ ଜୋରରେ ପଥର ବ୍ଳାଷ୍ଟିଂ କରାଯାଇଥିଲାଯେ କଲେଜ ଛାତ,ଆଖପାଖରେ ଥିବା ଜନବସତି,କନ୍ୟାଶ୍ରମ ଭିତରକୁ ପଥର ଖଣ୍ଡ ଛିଟିକି ପଡିଥିଲା । ସେଠାରେ ଥିବା ଶ୍ରମିକ ମାନଙ୍କୁ ପଥର ଖଣ୍ଡ ବାଜି କିଛି ଶ୍ରମିକ ଆହତ ହୋଇଥିଲେ । ଏଠାରେ ପ୍ରଶ୍ନ ବିନା ଅନୁମତି,ବିନା ସୂଚନା ଫଳକରେ ପଥର ବ୍ଳାଷ୍ଟିଂ ପାଇଁ ଅନୁମତି ଦେଲା କିଏ,ପିଏଚଡି କୃର୍ତ୍ତପକ୍ଷ ଫାୟାର ଅଫିସ,ତହସିଲଦାର,ଉପଜିଲ୍ଲାପାଳ,ଜିଲ୍ଲାପାଳଙ୍କ ଠାରୁ କୌଣସି ଅନୁମତି ନନେଇ ପଥର ବ୍ଳାଷ୍ଟିଂ କଲେ କିପରି,ସେଠାରେ ଜନବସତି,ସ୍କୁଲ,କଲେଜ କାମ ଚାଲିଥିବା ସମୟରେ ଯେଉଁ ବ୍ଳାଷ୍ଟିଂ କରାଗଲା । ତାହା ଉପରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବକି ପ୍ରଶାସନ ।ଏ ବିଷୟରେ ତହସିଲଦାର କହିଛନ୍ତି ଯଦି ଉପଜିଲ୍ଲାପାଳ କିମ୍ବା ଜିଲ୍ଲାପାଳ ତଦନ୍ତ ପାଇଁ ଅନୁମତି ଦିଅନ୍ତି ତାହା ହେଲେ ମୁଁ ତଦନ୍ତ କରି ଠିକାଦାର,ଜେଇ,ଏସଡିଓଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏପଟେ ସାମାନ୍ୟ ଆହତ ହୋଇଥିବା ଶ୍ରମିକମାନେ କହିଛନ୍ତି ଯେ ଯଦି ଆମର ମୃତ୍ୟୁ ଘଟିଥାନ୍ତା ସେଥିପାଇଁ କିଏ ଦାୟି ହୋଇଥାନ୍ତା ।
ଏଥିପାଇଁ ଦାୟୀ ଠିକାଦାର,ସୁପରଭାଇଜର,ଏବଂ ଜଳଯୋଗାଣ ଓ ପରିମଳ ବିଭାଗର ଜେଇ,ଏସଡିଓଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।ଏପଟେ ସ୍ଥାନୀୟ ଜନସାଧାରଣ ଉକ୍ତ ଠିକାଦାର,ଜେଇ,ଏସଡିଓ,ସୁପରଭାଇଜରଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି ।