ଖାରଜ ହେଲା ମୂର୍ତ୍ତି ଉଚ୍ଚତା ମାମଲା

କଟକ (ଜଗନ୍ନାଥ ମହାନ୍ତି):  ମୂର୍ତ୍ତି ଉଚ୍ଚତା ମାମଲାକୁ ଖାରଜ କରିଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବା ଓ ସରକାରଙ୍କ ଏସଓପିକୁ ଚ୍ୟାଲେଞ୍ଜ କରି ଭାଲୁବଜାର ପୂଜା କମିଟି ପକ୍ଷରୁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ କରିଛନ୍ତି ହାଇକୋର୍ଟ । କୋରୋନା ମହାମାରୀ ପାଇଁ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବା ପାଇଁ ହାଇକୋର୍ଟ ରୋକଠୋକ ମନା କରିଦେଇଛନ୍ତି । ଫଳରେ ପୂଜାରେ ବଡ଼ ମୂର୍ତ୍ତି ହେବା ନେଇଥିବା ଶେଷ ଆଶା ମଧ୍ୟ ମଉଳି ଯାଇଛି ।