ସୋନପୁର(ଓମପ୍ରକାଶ ମିଶ୍ର): ସପ୍ତପୁରୀ ଅମାବାସ୍ୟା ଅର୍ଥାତ ପୋରା ଉଆଁସକୁ ଆଉ ବାକି ରହିଲା ମାତ୍ର ୩ ଦିନ । କିନ୍ତୁ ଏବେଠୁ ପୋରା ଉଆଁସ ପର୍ବ ପାଇଁ ଟେରାକୋଟାରେ ତିଆରି କୁଣ୍ଡିକାଞ୍ଚି, ହନୁମାନ ଓ କାଠ ତିଆରି ଘୋଡ଼ା ଓ ହାତୀ ହେଲାଣି ଆରମ୍ଭ ହୋଇଗଲାଣି । ସେଥିପାଇଁ କୁଣ୍ଡୀକାଞ୍ଚି , ହନୁମାନ ଓ ହାତୀ ଘୋଡ଼ା କିଣିବା ପାଇଁ ସୋନପୁର ବଜାରରେ, ଘୋଡାଘାଟ ପଡା, ମହାରଣା ପଡାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଆସନ୍ତା ମଙ୍ଗଳବାର ଏହି ପର୍ବର ଆରମ୍ଭ ହେବ । ଛୋଟ ଛୋଟ ଝିଅମାନେ କୁଣ୍ଢିକାଞ୍ଚି ଖେଳ ଓ ପୁଅମାନେ କାଠ ହାତୀ, ଘୋଡ଼ା ରାସ୍ତାରେ ବୁଲାଇ ଆଣି ଖେଳୁଥିବା ଝିଅମାନଙ୍କ ପାଖରେ ପହଞ୍ଚନ୍ତି । ସେଠାରେ ତିବା ଝିଅମାନଙ୍କୁ ହାତୀ ଘୋଡ଼ା ମାନଙ୍କ ପାଇଁ ଖାଇବାକୁ ମାଗନ୍ତି ଏହି ଛୋଟ ଛୋଟ ପୁଅମାନେ । ସନ୍ଧ୍ୟା ସମୟରେ ମାଟିରେ ତିଆରି ହନୁମାନ ଲାଞ୍ଜରେ ନିଆଁ ଲଗାଇ, ଜୟ ବୀର ହନୁମାନ ନାରା ଦେଇ ଘରକୁ ଘର ରାସ୍ତା ଉପରେ ବୁଲାଯାଇଥାଏ । ଏହି ଖେଳଟି ରାଜାରାଜୁଡା ଅମଳରୁ ଚାଲିଛି ବୋଲି ବିଶିଷ୍ଟ ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ ଜିଲ୍ଲା ପ୍ରତିନିଧି ମାନେ ମତ ଦେଇଛନ୍ତି ।