ଗଡ଼ିବନି ଟ୍ରକ

(ପ୍ରିୟଦର୍ଶନୀ ସ୍ୱାଇଁ): ଆଜି ଠାରୁ ଗଡ଼ିବନି ଟ୍ରକ । ତାଳଚେର ଟ୍ରକ ମାଲିସ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘାଟ ଡ଼ାକରା ଦିଆଯାଇଛି । ଫଳରେ ୭ହଜାର ଟ୍ରକ ଚଳାଚଳ ବନ୍ଦ ରହିଛି । ଏହାର ପ୍ରଭାବରେ କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି । ଜିନ୍ଦଲ ପ୍ଳାଣ୍ଟ ଗୁଡ଼ିକରେ କୋଇଲା ଅଭାବ ସମ୍ଭାବନା ରହିଛି । ସେପଟେ ବାହାର ଜିଲ୍ଲାରେ ମଧ୍ୟ ଟ୍ରକ ମାଲିକମାନେଆନ୍ଦେଳନକୁ ଓଲ୍ଳାଇଛନ୍ତି ।
ସୂଚନା ଅନୁଯାୟୀ, ଧର୍ମଘଟରେ ପ୍ରାୟ ୭ ହଜାର ଟ୍ରକ ସାମିଲ ହୋଇଛି । ବାହାର ଜିଲ୍ଲାର ମଧ୍ୟ ଟ୍ରକ ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭଡା ବୃଦ୍ଧି ନେଇ ବାରମ୍ବାର ପ୍ରଶାସନ ଓ ପ୍ଲାଣ୍ଟ ଗୁଡିକୁ ଜଣାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଫଳରେ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି ।