ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ମାମଲାର ଶୁଣାଣି କରି ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି

ବହୁ ଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କ  ଜାମିନ ଆବେଦନ ଆଜି ମଞ୍ଜୁର ହୋଇଛି । ୫୦ ହଜାର ଟଙ୍କା ଏବଂ ୨ଜଣ ଜମିନଦାରଙ୍କ ମୁଚାଲିକାରେ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଜଷ୍ଟିସ୍ ଜ୍ଞାନେନ୍ଦ୍ର କୁମାର ବାରିକ ମାମଲାର ଶୁଣାଣି କରି ୧୧୪ଜଣ ଅଶାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅନ୍ୟପଟେ ମୁଖ୍ୟ ଅଭିୟୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୭ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଅଭିଯୋଗରେ ମୋଟ୍ ୧୨୩ ଜଣ ଗିରଫ ହୋଇଥିଲେ । ଓଡ଼ିଶାରୁ ବିଜୟଓ୍ବାଡ଼ା ଯିବା ବେଳେ ପୋଲିସ ସେମନଙ୍କୁ ଗିରଫ କରିଥିଲା ।

CBI probe into Odisha Police SI ...