ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣାରେ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ । ସୁବାସିନୀ ଜେନା, ସୌଭିକ ବିଶ୍ବାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କ ବିରୋଧରେ କରାଯାଇଥିବା ଅଯୋଗ୍ୟତା ଆବେଦନ ଖାରଜ ହୋଇଛି ।

Congress moves no-confidence motion against BJP govt in Odisha Assembly |  India News - Business Standard

ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ଆଠ ଜଣ ବିଧାୟକଙ୍କ ବିରୋଧରେ ବିଜେଡ଼ି ଏହି ଆବେଦନ ଦାଖଲ କରିଥିଲା । ଏହି ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ବାଚସ୍ପତିଙ୍କୁ ଭେଟି ଦାବି କରିଥିଲା।