ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା । ସ୍ୱାଭାବିକ ତାରିଖର ୮ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳ ପରେ ଏବେ ଓଡ଼ିଶାରେ ମୌସୁମୀ ସଅଳ ଆସିବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ପ୍ରାକ୍ ମୌସୁମୀ ପାଣିପାଗ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଲାରେ ପାକ୍ ମୌସୁମୀ ଜନିତ ବର୍ଷା ଗତକାଲି ଠାରୁ ଜାରି ରହିଛି ।
ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ । ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଆକଳନ କହିଥିଲା, ମେ ୨୭ରେ ଅର୍ଥାତ୍ ସ୍ୱାଭାବିକ୍ ଠାରୁ ୪ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁବା ବୋଲି । ହେଲେ ଆଜି (ଶନିବାର) ଆଇଏମଡ଼ି ସୂଚନା ଦେଇଥିଲା ଯେ, ୨୪ ଘଣ୍ଟାରେ ମୌସୁମୀ କେରଳ ଛୁଇଁବ । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ଏବେ କେରଳ ଛୁଇଁସାରିଛି । ଆଜି ସକାଳୁ ଦକ୍ଷିଣ ପଶ୍ଚିବ ମୌସୁମୀ ବାୟୁ କେରଳର କିଛି ଅଂଶରେ ପ୍ରବେଶ କରିଛି, ଏବଂ ଆସନ୍ତା ୩ ଦିନ ମଧ୍ୟରେ ଏହା ପୂରା କେରଳର ସମଗ୍ର ଅଞ୍ଚଳରେ ପ୍ରବେଶ କରିବ