ଶାହାରୁଖ ଖାନଙ୍କୁ ‘ୱାଇପ୍ଲସ’ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ବଲିଉଡ ସୁପରଷ୍ଟାର କିଙ୍ଗ ଖାନ ସାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଛନ୍ତି । ଶାହାରୁଖଙ୍କ ସୁରକ୍ଷା ବ୍ୟବସ୍ଥା ‘ୱାଇପ୍ଲସ୍‌’ ବର୍ଗକୁ ବୃଦ୍ଧି କରିବା ପାଇଁ ଆଜି ମହାରାଷ୍ଟ୍ର ସରକାର ଆଦେଶ ଦେଇଛନ୍ତି। ଚଳଚ୍ଚିତ୍ର ‘ଯବାନ୍‌’ର ସଫଳତା ଯୋଗୁଁ ହତ୍ୟା ଧମକ ଆସିଛି ବୋଲି ଲିଖିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସୁରକ୍ଷା ସେବା ପାଇଁ ଘରୋଇ ଭାବେ ପାଣ୍ଠି ଯୋଗାଣର ବ୍ୟବସ୍ଥା ଥିବାରୁ ନିଜେ ଶାହାରୁଖ ସମସ୍ତ ଖର୍ଚ୍ଚ ବହନ କରିବେ। ଏଥି ନିମନ୍ତେ ଯାହା କିଛି ଅର୍ଥ ଖର୍ଚ୍ଚ ହେବ, ଶାହାରୁଖ ଖାନ୍‌ ରାଜ୍ୟ ସରକାରଙ୍କୁ ସେ ବାବଦ ଅର୍ଥ ପୈଠ କରିବେ।

ଖବର ଅନୁଯାୟୀ, ହତ୍ୟା ଭଳି ଗୁରୁତର ଧମକ ପାଇଥିବା ଲୋକମାନଙ୍କୁ ‘ୱାଇପ୍ଲସ୍‌’ ସୁରକ୍ଷା ମଞ୍ଜୁର କରାଯାଇଥାଏ। ଏହି ବ୍ୟବସ୍ଥାରେ ୬ଜଣ ‘ପର୍ସନାଲ୍‌ ସିକ୍ୟୁରିଟି ଅଫିସର୍‌’ଙ୍କୁ ମୁତୟନ କରାଯାଇଥାଏ। ସେମାନେ ୩ଟି ସିଫ୍ଟ୍‌ରେ ଦିନରାତି କାର୍ୟ୍ୟ କରନ୍ତି। ଏହାଛଡ଼ା, ଏହି ସୁରକ୍ଷା ବ୍ୟବସ୍ଥା ମିଳିଥିବା ‌ବ୍ୟକ୍ତିଙ୍କ ବାସଭବନରେ ୫ଜଣ ସଶସ୍ତ୍ର ପ୍ରହରୀଙ୍କୁ ମୁତୟନ କରାଯାଇଥାଏ।