ଆସନ୍ତା ମାସରେ ନୋଭାଭାକ୍ସ କରୋନା ଟିକାର କ୍ଲିନିକାଲ ପରୀକ୍ଷଣ
ପିଲାଙ୍କ ପାଇଁ କରୋନା ଭ୍ୟାକ୍ସିନ୍ର ପରୀକ୍ଷଣ ଆରମ୍ଭ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ। ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଆସନ୍ତା ମାସରେ ନୋଭାଭାକ୍ସ କରୋନା ଟିକାର
(ଦିଲ୍ଲୀ) : ପିଲାଙ୍କ ପାଇଁ କରୋନା ଭ୍ୟାକ୍ସିନ୍ର ପରୀକ୍ଷଣ ଆରମ୍ଭ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ। ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଆସନ୍ତା ମାସରେ ନୋଭାଭାକ୍ସ କରୋନା ଟିକାର କ୍ଲିନିକାଲ ପରୀକ୍ଷଣ କରାଯିବ ବୋଲି ଖବର ପ୍ରକାଶ ପାଇଛି। ଜୁଲାଇରେ ଏହି ପରୀକ୍ଷଣ ହେବ। ପିଲାମାନଙ୍କ ପାଇଁ କରୋନା ଟିକା ପରୀକ୍ଷଣରେ ଏହା ୪ ନମ୍ବର ଟିକା ହେବ।
ଭାରତ ବାୟୋଟେକ୍ ଓ ଜାୟଡୁସ କାଡିଲା ମିଳିତ ଉଦ୍ୟମରେ ନୋଭାଭାକ୍ସ କରୋନା ଟିକା ପ୍ରସ୍ତୁତ କରିଛନ୍ତି। ତେବେ ସେରମ୍ ପରୀକ୍ଷ କରିବା ପୂର୍ବରୁ ପ୍ରସ୍ତୁତକର୍ତ୍ତା କାମ୍ପାନୀମାନେ ଏହାର ପରୀକ୍ଷଣ କରିସାରିଛନ୍ତି। ସେରମର ଏହି ପରୀକ୍ଷଣରେ ପିଲାମାନଙ୍କୁ ମଧ୍ୟ ସାମିଲ କରାଯିବ। ସେରମ ପୂର୍ବରୁ ହାଇଦ୍ରାବାସ୍ତ ସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ ନୋଭାଭାକ୍ସ ପରୀକ୍ଷଣ ଆରମ୍ଭ କରିସାରିଛି। ଦିଲ୍ଲୀ ଓ ବିହାରରେ ଥିବା ଏମ୍ସ ହସ୍ପିଟାଲ୍ରେ ଟିକାର ପରୀକ୍ଷଣ କରାଯାଇଛି। ୧୨ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଠାରେ ନୋଭାଭାକ୍ସ ଟିକାର ପରୀକ୍ଷଣ କରାଯାଇଥିଲା। ଏଥିରେ ମୋଟ ୫୨୫ ଜଣ ପିଲା ଭାଗ ନେଇଛନ୍ତି।