୨୭ ତାରିଖରେ ଭାରତ ବନ୍ଦ ଡାକରା

ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମଞ୍ଚ । ସଂଯୁକ୍ତ କିଷାନ ମଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ ।

(ଦିଲ୍ଲୀ) : ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମଞ୍ଚ । ସଂଯୁକ୍ତ କିଷାନ ମଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ । ସେହିପରି ସମସ୍ତ କେନ୍ଦ୍ରୀୟ ସଙ୍ଗଠନ ସମର୍ଥନ କରିବେ ବୋଲି ରବିବାର ଏକ ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡ଼ିଶା ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ରାଧାକାନ୍ତ ସେଠୀ ସୂଚନା ଦେଇଛନ୍ତି

ସୂଚନାନୁଯାୟୀ , ପ୍ରାଇଭେଟ ମଣ୍ଡି ଉଚ୍ଛେଦ କରିବା, ଚାଷୀଙ୍କୁ ସହାୟକ ମୂଲ୍ୟ ପ୍ରଦାନ କରିବା ଓ ୪୫-୪୬ତମ ଶ୍ରମ ସମ୍ମିଳନୀର ସୁପାରିଶକୁ କାର୍ଯ୍ୟକାରୀ କରି ସ୍କିନ୍‌ ୱାର୍କର୍ସମାନଙ୍କୁ ଶ୍ରମିକର ମାନ୍ୟତା ଦେବାକୁ ଦାବି ହୋଇଛି । ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସମସ୍ତ ସଦସ୍ୟ ଯୋଗଦେଇ ଭାରତ ବନ୍ଦକୁ ସଫଳ କରିବା ଲାଗି ରାଜଧାନୀରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ପଥପ୍ରାନ୍ତ ସଭା ଓ ପ୍ରାଚିର ପତ୍ର ବଣ୍ଟନ ଲାଗି କହିଥିଲେ ।