ସେଂଟ ଜାଭିୟର ସ୍କୁଲର ବାର୍ଷିକ ଉତ୍ସବ

(ସୁରେଶ କୁମାର ସାମନ୍ତରାୟ): ବୋଲଗଡ଼ ବ୍ଲକ୍ ଠାଣୀପଲ୍ଲୀ ସ୍ଥିତ ସେଂଟ ଜାଭିୟର ସ୍କୁଲ ପରିସରରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ବରିଷ୍ଠ ସାମାଜିକ କର୍ମିର୍ ରତ୍ନକାର ମହାପାତ୍ର ପାରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସଜିବ ଦେବରାଜ ସେନାପତି ଓ ମୁଖ୍ୟ ବକ୍ତା ଭାବେ କଂଗ୍ରେସର ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଧର୍ମୁଧର କୁଝାରସିଂ,ସାମାଜିକକର୍ମିର୍ ମାଧବ ଦାସ, ସମରେନ୍ଦ୍ର ବଳିୟାରସିଂ ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସୁର୍ଯ୍ୟକାନ୍ତ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ସାଧାରଣ ସଭା ପରେ ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।