(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସପ୍ତାହର ତୃତୀୟ କାରବାର ଦିନ ଗୁରୁବାରକୁ ସେୟାର ବଜାର ସବୁଜ ସଙ୍କେତ ସହ ଖୋଲିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୧୫୧.୩୮ ଅଙ୍କ ଅର୍ଥାତ ୦.୩୮ ପ୍ରତିଶତର ବୃଦ୍ଧି ସହ ୪୦.୨୦୩.୨୫ ସ୍ତରରେ ଖୋଲିଛି । ସେହିପରି ନାସନାଲ ଷ୍ଟକ ଏକ୍ସଚେଞ୍ଜର ନିପ୍ଟି ୪୬.୩୫ ଅଙ୍କ ଅର୍ଥାତ ୦.୩୯ ପ୍ରତିଶତ ବଢି ୧୧.୮୯୦.୪୫ ସ୍ତରରେ ଖୋଲିଛି । ଲାଭାଂଶ ବିତରଣ କର (ଡିଡିଟି) ଶେଷ ହେବା ଓ ଆମେରିକା-ଚୀନ ବୁଝାମଣା ସମ୍ଭାବନା କାରଣୁ ସେନ୍ସେକ୍ସ ୪୦.୦୦୦ ଉପରକୁ ଚାଲି ଯାଇଛି । ଏହା ପରେ ସେନ୍ସେକ୍ସ ନୂଆ ରେକର୍ଡ ସୃଷ୍ଟି କରିଛି । ସକାଳର ଏହି କାରବାର୪୦.୩୩୭.୭୬ ଉପରକୁ ଯାଇଛି । ଏହା ପୂର୍ବରୁ ଜୁନ ୨୦୧୯ରେ ସେନ୍ସେକ୍ସ ୪୦,୩୧୨ ସ୍ତର ପାର କରିଥିଲା ।