ଭୁବନେଶ୍ୱର : ଆଜି ବିଆରଏସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ | ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣପର୍ବରେ ଉଭୟ ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହେବେ | ଏଥିସହ ପୂର୍ବତନ ମନ୍ତ୍ରି ଜୟରାମ ପାଙ୍ଗି ମଧ୍ୟ ସାମିଲ ହେବେ |
ଗତ 25 ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଛାଡିଥିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ | ସ୍ୱତନ୍ତ୍ର ଚାଟାର୍ଡ଼ ଫ୍ଲାଇଟରେ ହାଇଦ୍ରାବାଦ ଯିବେ ଉଭୟ | ଗିରିଧରଙ୍କ ଧର୍ମପତ୍ନୀ ମଧ୍ୟ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବାର ସୂଚନା ରହିଛି । ୨୦୧୫ରେ ଗିରିଧର ଓ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏବେ ୮ ବର୍ଷର ସମ୍ପର୍କକୁ ଭୁଲି ଗତ ୨୫ରେ ବିଜେପି ଛାଡ଼ିଥିଲେ ଗିରିଧର ଓ ଶିଶିର ଗମାଙ୍ଗ । ଇସ୍ତଫା ଦେଇ ବିଜେପି ଉପରେ ବର୍ଷିଥିଲେ ବାପପୁଅ ।