ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାର ତତ୍ପର ହୋଇଛନ୍ତି। ବାତ୍ୟା ପୂର୍ବରୁ ପ୍ରଭାବିତ ଜିଲ୍ଲା ଗୁଡ଼ିକ ପାଇଁ ଆଶୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବାତ୍ୟା ପ୍ରଭାବିତ ଜିଲ୍ଲାରେ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୬ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ଏବଂ ସଂପୃକ୍ତ ଜିଲ୍ଲାରେ ୨୩ ଅକ୍ଟୋବର ସକାଳେ ପହଞ୍ଚିବାକୁ ସୂଚିତ କରି ଦିଆ ଯାଇଛି।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଚିଠିରେ ସଂପୃକ୍ତ ୬ ଜଣ ବରିଷ୍ଠ ଆଇଏଏସ ଅଧିକାରୀମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସମର୍ଥ ବର୍ମା , ବାଲେଶ୍ୱର ଜିଲ୍ଲା ପାଇଁ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ଜିଲ୍ଲା ପାଇଁ ଶ୍ରୀ ତ୍ରିଲୋଚନ ମାଝି , ପୁରୀ ଜିଲ୍ଲା ପାଇଁ ବଳୱନ୍ତ ସିଂହ, ଭିନୀତ୍ ଭରଦ୍ୱାଜ ମୟୁରଭଞ୍ଜ ଜିଲ୍ଲା ପାଇଁ ଏବଂ ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ପାଇଁ ଗୋଟିଏ ଟିମ, ପୁରୀ ପାଇଁ ୨ଟି ଟିମ, ଜଗତସିଂହପୁର ୨ ଟିମ, କେନ୍ଦ୍ରାପଡା ୨ ଟିମ, କଟକ ଗୋଟିଏ ଟିମ, ଖୋର୍ଦ୍ଧା ୨ ଟିମ, ଯାଜପୁର ଗୋଟିଏ ଟିମ, ଭଦ୍ରକ ୨ ଟିମ, ବାଲେଶ୍ଵର ୨ ଟିମ ଓ ମୟୁରଭଞ୍ଜ ରେ ଟିମ ହେବେ ନିୟୋଜିତ। ଟିମ ମୁତୟନ ନେଇ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର।