ଚଳିତ ବର୍ଷ ଜୁନ ୬ରୁ ୧୬ ଖରାଛୁଟି

୫ ଦିନ ପରେ ଆଜିଠୁ ସ୍କୁଲ ଖୋଲିଛି।

(ମୁମ୍ବାଇ) : ୫ ଦିନ ପରେ ଆଜିଠୁ ସ୍କୁଲ ଖୋଲିଛି। ଆଜି ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ଆଗରୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

କରୋନା ଯୋଗୁ ୨ ବର୍ଷ ହେବ ସ୍କୁଲ ବନ୍ଦ ଯୋଗୁ ପିଲାଙ୍କ ପାଠପଢ଼ା ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏହାର ଭରଣା ପାଇଁ ଚଳିତ ବର୍ଷ ଖରା ଛୁଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାନୁଯାୟୀ , ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ କହିବାନୁଯାୟୀ, ଏବେ ଗ୍ରୀଷ୍ମ ଛୁଟିର ଆବଶ୍ୟକତା ନାହିଁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ’ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି । ତେଣୁ ପୁଣି ଥରେ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ।