ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଏବଂ ଛୋଟ ପିଲାମାନଙ୍କ ସୁରକ୍ଷା ପାଇଁ, ଓଡ଼ିଶା ସରକାର ୨୦୨୬ ମସିହା ନଭେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଛଅଟି ଜିଲ୍ଲାରେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ତଥା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବାଧ୍ୟତାମୂଳକ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କନ୍ଧମାଳ ଜିଲ୍ଲା ଗୁଡ଼ିକରେ ଥିବା ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପରିସ୍ଥିତି ଆବଶ୍ୟକ କରେ, ତେବେ ସ୍ଥାନୀୟ ସ୍ଥିତିର ଆକଳନ କରି ନଭେମ୍ବର ୨୧ ତାରିଖ ପରେ ମଧ୍ୟ ଛୁଟି ଅବଧି ବୃଦ୍ଧି କରିବା ପାଇଁ ଏହି ଛଅଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ, ଜିଲ୍ଲାପାଳମାନେ ପରିସ୍ଥିତି ଉପରେ ନଜର ରଖିବେ ଏବଂ ବିଦ୍ୟାଳୟ ବନ୍ଦ ରଖିବା ସମ୍ବନ୍ଧରେ ନିଷ୍ପତ୍ତି ନେବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
Order Regarding School Closure:
#CycloneAkvan Update:As a precautionary measure for the safety of students and children, the State Government has directed that all Government, Aided, and Private Schools and Anganwadi Centres in:
Ganjam, Gajapati, Puri, Jagatsinghpur, Kendrapara, and Kandhamal districts shall remain closed from 19th to 21st November, 2026.
The Collectors of these six districts shall assess local conditions and take an appropriate decision on extending the holidays beyond 21st November, if necessary.
The Collectors of all remaining districts shall monitor the local situation and take an informed decision regarding the closure of Schools and Anganwadi Centres in their respective districts.
— I & PR Department, Odisha (@IPR_Odisha) November 18, 2026
‘ଅକ୍ଭାନ୍’ ଭୀଷଣ ବାତ୍ୟା ବର୍ତ୍ତମାନ ବଙ୍ଗୋପସାଗର ଉପରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ-ୟାନମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜୋରଦାର ପବନ ଏବଂ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର କରାଯାଇଛି, ଯେଉଁଥିରେ ସମୁଦ୍ରକୂଳ ପର୍ଯ୍ୟଟନ ଉପରେ କଟକଣା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ବୃଦ୍ଧି କରିବା ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ।