ସୁଧ ହାର ହ୍ରାସକୁ ନେଇ ଏସବିଆଇ ଗ୍ରାହକ ଅସନ୍ତୁଷ୍ଟ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ଷ୍ଟେଟବ୍ୟାଙ୍କ ଆସନ୍ତା ନଭେମ୍ବର ୧ ତାରିଖରୁ ଗ୍ରାହକଙ୍କର ଉଭୟ ଚଳନ୍ତି ଓ ମିଆଦ ଜମା ରାଶି ଉପରେ ସୁଧ ହାର କମାଇବାକୁ ନିର୍ଣ୍ଣୟ କରିଛି । ବ୍ୟାଙ୍କ ଉପରେ ଆର୍ଥିକ ବୋଝ ବଢିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ବର୍ତ୍ତମାନ ବ୍ୟାଙ୍କରେ ମୋଟ ୨୮ କୋଟି ଟଙ୍କା ଜମା ରହିଛି । ଏହି ରାଶି ଉପରେ ବ୍ୟାଙ୍କକୁ ଗ୍ରାହକଙ୍କୁ ସୁଧ ଦେବାକୁ ହେଉଛି । ପୂର୍ବରୁ ବ୍ୟାଙ୍କ ୧ ଲକ୍ଷ ପର୍ଯ୍ୟନ୍ତ ଜମା ଉପରେ ୩.୫ ପ୍ରତିଶତ ସୁଧ ଦେଉଥିଲା । କିନ୍ତୁ ଆସନ୍ତା ନଭେମ୍ବର ୧ ତାରିଖରୁ ଏହାକୁ ୩.୨୫ ପ୍ରତିଶତ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ମିଆଦ ଜମାର ସୁଧହାରକୁ ମଧ୍ୟ କମ କରାଯାଇଛି ।