(ପାରାଦୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ପାରାଦୀପ ଇଫକୋ ସାରକାରଖାନାରେ ସାର ପରିବହନକୁ ନେଇ ଦେଖା ଦେଇଥିବା ଅଚଳାବସ୍ଥା ଦୂର ହୋଇଛି। ଗତ ରବିବାର ଦିନ ଇଫକୋ ସାର କାରଖାନାରୁ ରେଲୱେ ସାଇଡିଂକୁ ସାର ପରିବହନ କରୁଥିବା ଟ୍ରକ ଡ୍ରାଇଭର ମାନେ କାର୍ୟ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ। ମୂଖ୍ୟତଃ ବର୍ଦ୍ଧିତ ଦରମା ଓ ପ୍ରତି ସିପ୍ଟିରେ ଅଧିକ ୧୦ଜଣ ଡ୍ରାଇଭର ଓ ୧୦ହେଲପରଙ୍କ ଅଧିକ ଦରମା ଦାବୀ କରିଥିଲେ। ଯାହାକୁ କମ୍ପାନୀ କର୍ତ୍ତୃପକ୍ଷ ଓ ଟ୍ରାନ୍ସପୋର୍ଟ ସଂସ୍ଥା ‘ପାରାଦୀପ ପରିବହନ’ ଏହାକୁ ବେଆଇନ ବୋଲି ଦର୍ଶାଇ ଥିଲା। ଯାହାକୁ ନେଇ ଡ୍ରାଇଭର ଓ ହେଲପର୍ ମାନେ ୪ଦିନ ଧରି କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିବା ଫଳରେ ସାର ପରିବହନ ବା ଦେଶକୁ ସାର ରପ୍ତାନୀରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ବୋଲି ଜିଲ୍ଲା ପ୍ରଶାସନ କହିଛି। ଏମିତିକି ଦେଶରେ ସାର ର ଅଭାବ ଦେଖା ଦେବା ସହ ଚାଷୀଙ୍କ ଭିତରେ ହାହାକାର ଦେଖା ଦେଇଥିଲା। ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଇଫକୋ ପ୍ଲାଣ୍ଟ ପରିସରରେ ୧୪୪ଧାରା ଜାରି କରିବା ସହ ୯ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରିଥିଲା। ତେବେ ଡ୍ରାଇଭର ଓ ହେଲପର୍ ମାନେ ସେମାନଙ୍କର ଭୂଲ ବୁଝିପାରି ପୁନର୍ବାର କାର୍ୟ୍ୟରେ ଯୋଗ ଦେବାରୁ ଏବେ ସାର ପରିବହନ କାର୍ୟ୍ୟ ସ୍ବଭାବିକ ହୋଇଛି। ତେବେ ଚାରିଦିନ ଧରି ଇଫକୋ କମ୍ପାନୀ ର ପରିବହନ ଠପ୍ ହେବା ଫଳରେ କମ୍ପାନୀର ପ୍ରାୟ ୧୦କୋଟିରୁ ଉର୍ଦ୍ଧ୍ବ ଟଙ୍କା କ୍ଷତି ହେବା ନେଇଅନୁମାନ କରାଯାଉଛି।