ପୁରୀ: ବାଲି ଲଡୁ ରେ ପ୍ରଭୁ ଗଣେଶ ଙ୍କ ପ୍ରତିକୃତି । 3425 ଟି ବାଲି ରେ ଲଡୁ କରାଯାଇ ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ରକଳା କରି ଗଣେଶ ପୂଜାର ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭମି ରେ 6ଫୁଟ୍ ଏହି ବିଶାଳ ବାଲୁକା ଚିତ୍ରକଳା କାରୀ ନିଆରା ଢଙ୍ଗରେ ଶୁଭେଛା ଦେଇଛନ୍ତି ସୁଦର୍ଶନ। ସେହିପରି ଦୁଇଟି ହାତୀ ପ୍ରତିକୃତି ମଧ୍ୟ କରାଯାଇଛି। ହାତୀର ସୁରକ୍ଷା, ପରିବେଶ ସୁରକ୍ଷା ବାର୍ତା ରହିଚି ଏହି ବାଲୁକା ଚିତ୍ରକଳା ମାଧ୍ୟମରେ।