ସମ୍ବଲପୁର-: ରକ୍ଷାକର୍ତ୍ତା ସାଜିଲା ନର ପିଶାଚ । ଯୌନ ଲାଳସାରେ ଭୁଲିଲା ହିତାହିତ ଜ୍ଞାନ । ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ହୋଇଛି ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଗିରଫ କନଷ୍ଟେବଳ ଜଣକ ହେଲେ ବରେଇପାଲି ଥାନାରେ କାର୍ଯ୍ୟରତ ବିରଞ୍ଚି ମୁଣ୍ଡା । ବିରଞ୍ଚି ମୁଣ୍ଡାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି ।
ନାବାଳିକାଙ୍କୁ ଯାତ୍ରା ବୁଲାଇବାକୁ ଆଣି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ କନଷ୍ଟେବଳଙ୍କୁ ଗିରଫ କରାଯାଇଥିବା ନେଇ ସମ୍ବଲପୁର ପୋଲିସ ସୂଚନା ଦେଇଛି । ପୋଲିସ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯିକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।