ସୁଶୀଲ କୁମାରଙ୍କ ଝଗଡ଼ା ପଛରେ ୟୁକ୍ରେନର ମହିଳାର ହାତ

ରେସଲର ସାଗର ହତ୍ୟା ଘଟଣାରେ ଆଉ ଏକ ବଡ଼ ଖୋଲାସା ହୋଇଛି । ମୃତ ସାଗର ଏବଂ ଗିରଫ ହୋଇଥିବା ଅଲିମ୍ପିଆନ୍‌ ସୁଶୀଲ କୁମାରଙ୍କ ଝଗଡ଼ା ପଛରେ ଜଣେ ମହିଳା ଥିବା ଜଣାପଡ଼ିଛି । ଏ

(ମୁମ୍ବାଇ) : ରେସଲର ସାଗର ହତ୍ୟା ଘଟଣାରେ ଆଉ ଏକ ବଡ଼ ଖୋଲାସା ହୋଇଛି । ମୃତ ସାଗର ଏବଂ ଗିରଫ ହୋଇଥିବା ଅଲିମ୍ପିଆନ୍‌ ସୁଶୀଲ କୁମାରଙ୍କ ଝଗଡ଼ା ପଛରେ ଜଣେ ମହିଳା ଥିବା ଜଣାପଡ଼ିଛି । ଏହି ମହିଳା ଜଣଙ୍କ ୟୁକ୍ରେନର । ଦିଲ୍ଲୀ ପୁଲିସ୍‌ ଏବେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିବାବେଳେ ତାଙ୍କ ସନ୍ଧାନରେ ଲାଗି ପଡ଼ିଛି ।

ସୂଚନାନୁଯାୟୀ , ଗତ ମେ’ ୪ ତାରିଖରେ ସୁଶୀଲ ଓ ତାଙ୍କ ସାଥିମାନେ ଛତ୍ରସାଳ ଷ୍ଟାଡିୟମରେ ସାଗର ଏବଂ ତାଙ୍କ ସାଥିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ସାଗର ଗୁରୁତର ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା ।

ମିଳିଥିବା ସୂଚନା ମୁତାବକ୍‌, ୟୁକ୍ରେନ ମହିଳା ଜଣଙ୍କ ପାଇଁ ସାଗର ଓ ସୁଶୀଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସୁଶୀଲଙ୍କ ଅନୁପସ୍ଥିତିରେ ଉକ୍ତ ମହିଳା ଜଣଙ୍କ ମଡେଲ୍‌ ଟାଉନ୍‌ରେ ଥିବା ତାଙ୍କ ଫ୍ଲାଟ୍‌କୁ ନିୟମିତ ଆସୁଥିଲେ । ସେ ସାଗରଙ୍କ ସାଙ୍ଗ ଅମିତ ଏବଂ ଗ୍ୟାଙ୍ଗ୍‌ଷ୍ଟର କାଲା ଜଠେଡ଼ିର ଭଣଜା ସୋନୁ ମହାଲଙ୍କ ପରିଚତ ଥିଲେ ।