ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାତି ବିବାହରେ ଭାରତ ଡିଜାଇନ୍ରଙ୍କ ଲେହେଙ୍ଗା
ଫ୍ୟାଶନ୍ ଡିଜାଇନର ସବ୍ୟସାଚୀଙ୍କ ଡିଜାଇନର ଡ୍ରେସ୍ କେବଳ ଭାରତରେ ନୁହେଁ ବଂର ସାରା ବିଶ୍ବରେ ପ୍ରସିଦ୍ଧ।
(ଦିଲ୍ଲୀ) : ଫ୍ୟାଶନ୍ ଡିଜାଇନର ସବ୍ୟସାଚୀଙ୍କ ଡିଜାଇନର ଡ୍ରେସ୍ କେବଳ ଭାରତରେ ନୁହେଁ ବଂର ସାରା ବିଶ୍ବରେ ପ୍ରସିଦ୍ଧ। ଅଧିକାଂଶ ସେଲିବ୍ରିଟି ନିଜ ବିବାହରେ ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିବାକୁ ପସନ୍ଦ କରନ୍ତି। ଆହରି ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ଙ୍କ ନାତି ଜୁନେଦ ସଫଦର ୨୨ ଅଗଷ୍ଟରେ ଆୟଶା ସୈଫ୍ ଖାନ୍ଙ୍କୁ ବିବାହ କରିଛନ୍ତି। ନିଜର ବିବାହରେ ଆୟେଶା ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିଥିଲେ। ଜୁନେଦ ଓ ଆୟେଶା ଲଣ୍ଡନରେ ଏକ ଘରୋଇ ସମାରୋହରେ ବିବାହ କରିଛନ୍ତି। ଜୁନେଦ ହେଉଛନ୍ତି ନଓ୍ବାଜ ସରିଫ୍ଙ୍କ ନାତି ଓ ମରିୟମ ନଓ୍ବାଜଙ୍କ ପୁଅ। ଏହି ବିବାହ ଅତି ଆଡମ୍ବର ସହକାରେ ଲେନ୍ସବୋରୋ ହୋଟେଲରେ ହୋଇଥିଲା। ଆୟେଶାଙ୍କ ବାପା ସୈଫୁର ରହମାନ ପାକିସ୍ତାନର ଆକାଉଣ୍ଟବିଲିଟି ବ୍ୟୁରୋର ପୂର୍ବତନ ମୁଖ୍ୟ ଅଟନ୍ତି।
ସୂଚନାନୁଯାୟୀ , ନିଜ ବିବାହରେ ଆୟେଶା ସବ୍ୟସାଚୀଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଖୁବ୍ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ପାଉଡର ପିଙ୍କ୍ କଲରର ଫ୍ଲୋରାଲ ବ୍ଲାଉଜ ଓ ଜରି ବର୍ଡରରେ ତିଆରି ଲେହେଙ୍ଗା ଆୟେଶାଙ୍କୁ ଖୁବ୍ ସୁନ୍ଦର ଲାଗୁଥିଲେ। ଏହି ଲେହେଙ୍ଗାରେ ମୋତି ଓ କୁନ୍ଦନର କାମ ରହିଛି।